ଯଦି କେବେ କେଉଁଠି ମୋର କବିତାର ଧ୍ୱନି ଭିତରେ ଫୁଟିଉଠିଛି ନକ୍ଷତ୍ରଟିଏ, ପାଠକେ - ତାକୁ କେବଳ ଆକାଶର ତାରା ବୋଲି ଗ୍ରହଣକରି ନ ନେବାକୁ ମୋର ଅନୁରୋଧ । ସେ ବରଂ ମଣିଷର ଅମରତ୍ୱର ଏକ ଅନ୍ୟରୂପ, ତା'ର ଦୁଃସାହସୀ ସ୍ୱପ୍ନ, ଅସାଧାରଣ କଳ୍ପନା ଓ ତୁଙ୍ଗ ଏକ ଅଭିଳାଷ । ନହେଲେ ବା ଅନଶ୍ୱର ଭଲପାଇବାର ପ୍ରତୀକଟିଏ । ପ୍ରଚଣ୍ଡ ବସ୍ତୁବାଦର ଘୂର୍ଣ୍ଣି ଭିତରେ, ଅନ୍ଧାରର ଖଳଖଳ ପ୍ରବାହ ତଳେ ମଣିଷର ଚାଖଣ୍ଡେ ଛାତି ଭିତରେ ତା'ର ଉଦୟୋତ୍ସବ - ଅସ୍ଥିର ସମୟର ପ୍ରପାତ ଉପରେ ସେ ଏକ ସ୍ଥିରଚେତନାର ଇନ୍ଦ୍ରଧନୁ - ଯେତିକି ମନୋରମ ସେତିକି ବିସ୍ମୟକର । ତା'ର ପୂର୍ଣ୍ଣ ଆଧାର ହେବାପାଇଁ ମଣିଷର ପରିଚୟ ଯଥେଷ୍ଟ ନୁହେଁ । ମଣିଷ ହ୍ରସ୍ୱ, ତେଣୁ ସେ ଅର୍ଦ୍ଧେକର ଆଧାର ମାତ୍ର ।ସେଥିପାଇଁ ସାଧାରଣ ଜୀବନଟିଏ ବଞ୍ଚୁଥିବା କବିର ସ୍ୱପ୍ନ ଅଧା ରହିବା ଅବଧାରିତ । ତଥାପି ସ୍ୱପ୍ନ ବରଂ ଅଧା ରହୁ, ବିଡ଼ମ୍ବିତ ନ ହେଉ । - ପ୍ରତିଭା ଶତପଥୀ
- | Author: Pratibha Satpathy
- | Publisher: Black Eagle Books
- | Publication Date: Nov 27, 2023
- | Number of Pages: 136 pages
- | Binding: Paperback or Softback
- | ISBN-10: 1645604845
- | ISBN-13: 9781645604846
- Author:
- Pratibha Satpathy
- Publisher:
- Black Eagle Books
- Publication Date:
- Nov 27, 2023
- Number of pages:
- 136 pages
- Binding:
- Paperback or Softback
- ISBN-10:
- 1645604845
- ISBN-13:
- 9781645604846